ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ବିଶ୍ୱକପ୍‌ ଟ୍ରଫି କଲା ଆତ୍ମହରା, ଆଖିରେ ଆନନ୍ଦର ଅଶ୍ରୁ, ଭାବବିହ୍ୱଳ ହେଲେ ସମସ୍ତେ

ବ୍ରିଜଟାଉନ୍‌,୩୦/୦୬: ଭାରତ ଟି-ଟ୍ୱେଣ୍ଟି ବିଶ୍ୱ ଚାମ୍ପିଅନ ହୋଇଛି । ଖେଳାଳି ଏବଂ ପ୍ରଶଂସକଙ୍କ ଦୀର୍ଘ ଦିନରସ୍ୱପ୍ନ ସାକାର ହୋଇଛି । ଯାହା ସମସ୍ତଙ୍କୁ ଭାବବିହ୍ୱଳ କରି ଦେଇଛି । ବିଶ୍ୱକପ୍‌ ଟ୍ରଫି ତୋଳି ଧରି ସମସ୍ତେ ଆତ୍ମହରା ହେଲେ । ଆଖିରୁ ଝରି ଆସିଲା ଆନନ୍ଦର ଅଶ୍ରୁ । ତେବେ ବିଶେଷ କରି ବିଶ୍ୱକପ୍‌ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା ଏବଂ ରିଷଭ ପନ୍ତଙ୍କ କାହାଣୀ ନିଶ୍ଚିତ ଭାବେ ହୃଦୟ ବିଦାରକ ଥିଲା । କିନ୍ତୁ ସମସ୍ତେ ତ୍ରିରଙ୍ଗା ତଳେ ଏକ ମନ ଏବଂ ଏକ  ପ୍ରାଣରେ ଏକାଠି ହୋଇ ଦଳକୁ ଚାମ୍ପିଅନ କରାଇଥିଲେ । 

ଗ୍ରାଉଣ୍ଡ ଭିତରେ ମୁହଁ ପୋତି ଶୋଇ ପଡ଼ିଥିଲେ ରୋହିତ । ଡ୍ରେସିଂ ରୁମ୍‌ରେ ବସିଥିବା କୋଚ୍‌ ରାହୁଲ ଦ୍ରାବିଡ଼ ଉତ୍ସାହରେ ଲମ୍ଫ ମାରିଥିଲେ । ବିଜୟରେ ଆତ୍ମହରା ହେବାର ଏହା ଥିଲା ପ୍ରକୃତ ମୁହୂର୍ତ୍ତ । ୩ ବର୍ଷ ମଧ୍ୟରେ ୨ଟି ଟ୍ରଫି ହାତ ପାହାନ୍ତାରୁ ଖସି ସାରିଥିଲା । ମାତ୍ର ଏଥର କଠିନ ପରିଶ୍ରମର ମୂଲ୍ୟ ମିଳିଥିଲା । ସମସ୍ତେ ବିଜୟ ଖୁସିରେ ମତୁଆଲା ଥିବାବେଳେ ରୋହିତ ସମସ୍ତଙ୍କଠୁ  ଦୁରେଇ ଯାଇ ନିଜ ମୁହଁକୁ ଲୁଚାଇ କାନ୍ଦିଥିଲେ । ଗତବର୍ଷ  ଦିନିକିଆ ବିଶ୍ୱକପ୍‌ ବେଳେ ଫାଇନାଲ୍‌ ପରାଜୟ ଦୁଃଖରେ  କାନ୍ଦିଥିଲେ । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି ଫାଇନାଲ  ପରାଜୟ ମଧ୍ୟ ତାଙ୍କୁ ଗଭୀର କ୍ଷତ ଦେଇଥିଲା । ମାତ୍ର  ଲୁହ ବିଜୟ ସ୍ୱାଦ ଦେଇଥିଲା । ଡ୍ରେସିଂ ରୁମ୍‌କୁ ଫେରିବା  ପୂର୍ବରୁ ଶେଷ ଥର ପାଇଁ ସେ ଉପସ୍ଥିତ କ୍ରିକେଟ୍‌ ପ୍ରେମୀଙ୍କୁ ହାତ ହଲାଇ ସମ୍ମାନର ସହ ଧନ୍ୟବାଦ ଜଣାଇଥିଲେ । 

ହାର୍ଦ୍ଦିକ ପାଣ୍ଡ୍ୟା କୋହ ସମ୍ଭାଳି ପାରି ନଥିଲେ । ଗ୍ରାଉଣ୍ଡ ଭିତରେ ଛୋଟ ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦିଥିଲେ । କିଛି ଦିନ ତଳେ ସେ ଥିଲେ ଭାରତୀୟଙ୍କ ପାଇଁ ଖଳନାୟକ । ହେଲେ ସେ ବିଜୟରେ  ହିରୋ ସାଜିଥିଲେ । ନେଇଥିଲେ ୩ଟି ୱିକେଟ୍‌ । ୨୦୧୧ରେ ଭାରତ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌  ହେବା ବେଳେ ବିରାଟ କୋହଲି ନିଜ ଆଦର୍ଶ ସଚିନ  ତେନ୍ଦୁଲକରଙ୍କୁ କାନ୍ଧରେ ଟେକି ୱାଙ୍ଖଡ଼େ ଭ୍ରମଣ  କରିଥିଲେ । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ସେ ନିଜ  ଦୁଇ ବାହୁରେ ବାନ୍ଧି ପକାଇଥିଲେ । ତାଙ୍କ ମ୍ୟାଚ୍‌ ବିଜୟୀ ଇନିଂସ ବଳରେ ଭାରତ  ବିଶ୍ୱ ଚାମ୍ପିଅନ୍‌ ହୋଇଥିଲା ।  

ଆହତ ହୋଇ ବର୍ଷେ କାଳ କ୍ରିକେଟ୍‌ରୁ ଦୂରେଇ  ରହିଥିଲେ ଯଶପ୍ରୀତ ବୁମରା । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ଖେଳିପାରି ନଥିଲେ । ସେଦିନର ସେମି ଫାଇନାଲ୍‌ ପରାଜୟ  ତାଙ୍କ ଆହତ ଯନ୍ତ୍ରଣାଠୁ ଥିଲା ଅଧିକ ଯନ୍ତ୍ରଣା ଦାୟକ । ଆଜି  ତାଙ୍କ ପ୍ରଦର୍ଶନ ବଳରେ ଭାରତ ବିଶ୍ୱ ଚାମ୍ପିଅନ୍‌ । ଗ୍ରାଉଣ୍ଡ  ଭିତରେ ପତ୍ନୀ ସଞ୍ଜନା ମଧ୍ୟ ଭାବନାକୁ ଆୟତ୍ତ କରିପାରି  ନଥିଲେ । ଯଶପ୍ରୀତଙ୍କୁ କିଛି କ୍ଷଣ ପାଇଁ ଜାବୁଡ଼ି ଧରିଥିଲେ । 

୨ ବର୍ଷ ତଳେ ମୃତ୍ୟୁ ମୁହଁରୁ ବର୍ତ୍ତିଥିଲେ  ରିଷଭ ପନ୍ତ । କ୍ରିକେଟ୍‌ ଦୁନିଆକୁ ଆଉ ଫେରିବେ  କି ନାହିଁ, ଜଣା ନଥିଲା । ମାତ୍ର ବର୍ଷକ ମଧ୍ୟରେ ସେ  ପ୍ରତ୍ୟାବର୍ତ୍ତନ କରିଥିଲେ । ଆଜି ସେ ବିଶ୍ୱ ଚାମ୍ପିଅନ୍‌ ।  ଗ୍ରାଉଣ୍ଡର ଅନ୍ୟ ଏକ ପାଶ୍ୱର୍ରେ ସ୍ତବ୍ଧ ହୋଇ ଛିଡ଼ା  ହୋଇଥିଲା ଦକ୍ଷିଣ ଆଫ୍ରିକା ଦଳ । ଭାରତ ଭଳି ସେମାନେ  ମଧ୍ୟ ବିଜୟ ହକ୍‌ଦାର ଥିଲେ । ସମ୍ମାନ ଓ ପ୍ରଶଂସା ପାଇଁ ସ୍ୱପ୍ନ  ଦେଖିଥିଲେ । 

ଗ୍ରାଉଣ୍ଡ୍‌ରେ ଲଢ଼େଇ କରି ଟ୍ରଫି ଦାବିଦାର ରୂପେ  ଉଭା ହୋଇଥିଲେ । ଫାଇନାଲ ଯାତ୍ରାରେ ଦକ୍ଷିଣ ଆଫ୍ରିକାକୁ  ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ଅଧିକାଂଶ ମ୍ୟାଚ୍‌ ଶେଷ  ଓଭର ପର୍ଯ୍ୟନ୍ତ ଯାଇଥିଲା । କିଛି ମ୍ୟାଚ୍‌ର ଫଳାଫଳ ଶେଷ  ବଲ୍‌ରେ ନିର୍ଣ୍ଣୟ ହୋଇଥିଲା । ଆଜି ମଧ୍ୟ ଦକ୍ଷିଣ ଆଫ୍ରିକା ସବୁ  ଶକ୍ତି ଲଗାଇଥିଲା ଓ ବିଜୟ ନିକଟତର ହୋଇଥିଲା । ମାତ୍ର  କେଇ ପାଦ ଦୂରେ ଥିଲା ଟ୍ରଫି । ଭାରତ ଛଡ଼ାଇ ନେଇଥିଲା  ବିଜୟ । ପୁଣି ଥରେ ଖାଲି ହାତରେ ଫେରିଥିଲା ଦକ୍ଷିଣ  ଆଫ୍ରିକା । କ୍ଲାସେନ ପରାଜୟକୁ ବିଶ୍ୱାସ କରିପାରୁ ନଥିଲେ ।  ମିଲର ମୁଣ୍ଡରେ ହାତ କିଛି କ୍ଷଣ ଛିଡ଼ା ହୋଇ ରହିଥିଲେ ।  ହୁଏତ ସୂର୍ଯ୍ୟକୁମାରଙ୍କ କ୍ୟାଚ୍‌କୁ ଗ୍ରହଣ କରିପାରୁ ନଥିଲେ ।  କ୍ୱିଣ୍ଟନ ଡି କକ୍‌ ଓ ଅନ୍ୟ ସାଥୀ ଖେଳାଳିଙ୍କ ମୁହଁରୁ ହସ  ଲିଭି ସାରିଥିଲା । ଆଖି ଜକେଇ ଆସିଥିଲା । ତଥାପି  ଖେଳୁଆଡ ମନୋଭାବକୁ ଭୁଲି ନଥିଲା ଦକ୍ଷିଣ ଆଫ୍ରକା ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.